ନ୍ୟାୟର ତରାଜୁ – NYAYARATARAJU

Tamil Christian song lyrics in Tamil script and English letters (Tanglish).

ନ୍ୟାୟର ତରାଜୁ – NYAYARATARAJU
ନ୍ୟାୟର ତରାଜୂ ନେଇଁ ଆସୁଛନ୍ତି ଯୀଶୁ ରାଜନ
କରିବେ ବିଚାର ସବୁ ମାନବର ଯୀଶୁ ରାଜନ
ନ୍ୟାୟର ତରାଜୁ ନେଇଁ ଆସୁଛନ୍ତି ଯୀଶୁ ରାଜନ
କରିବେ ବିଚାର ସବୁ ମାନବର ଯୀଶୁ ରାଜନ -2
ଯୀଶୁ ରାଜନ ଯୀଶୁ ରାଜନ
ଯୀଶୁ ରାଜନ ଯୀଶୁ ରାଜନ
ନ୍ୟାୟକର୍ତ୍ତା ସାଜି ଯୀଶୁ ଅବତରିବେ
ଜୀବନ ପୁସ୍ତକ ଖୋଲି ନ୍ୟାୟସେ କରିବେ
କର୍ମ ଅନୁସାରେ ସଭିଙ୍କୁ ସେ ତୌଲିବେ
ତାଙ୍କ ବିଚାରରୁ କେହି ଖସି ନ ପାରିବେ
ଆଉ ଦୟା ପୁଣି କ୍ଷମା ସେଠି ନ ରହିବ
ସର୍ବ ସମ୍ମୁଖରେ ଆମ କର୍ମ ଦେଖାଯିବ
ଧାର୍ମିକ ହୋଇଲେ ପୁରସ୍କାର ଦିଆଯିବ
ପାପୀଙ୍କ ପାଇଁ ନରକ ଦଣ୍ଡ ରହିବ
ବେଗେ ଆସିବେ ଯୀଶୁ ରାଜନ
ଯୀଶୁ ରାଜନ ଯୀଶୁ ରାଜନ
ପ୍ରସ୍ତୁତ ହେଉ ସଭିଏଁ ସେହି ଦିନ ପାଇଁ
ତାହାଙ୍କ ଆଗମନକୁ ପ୍ରିୟଜ୍ଞାନ କରି
ମେଷ ସମ ଛାଗ ଠାରୁ ପୃଥକ ହୋଇ
ଜୀବନ କାଟୁ ସର୍ବଦା ପ୍ରଭୁଠାରେ ରହି
ମନ ରୂପ ଅଣ୍ଟା ବାନ୍ଧି ଚାଲୁ ଆଗେଇ
ବିଶ୍ୱାସ ପ୍ରଦୀପ ଜାଳୁ ପ୍ରତୀକ୍ଷାରେ ରହି
ବୁଦ୍ଧିମତୀ କନ୍ୟା ସମ ଜାଗ୍ରତ ହୋଇ
ଯଥେଷ୍ଟ ତଇଳ ରଖୁ ସାକ୍ଷାତର ପାଇଁ….
ବର ବେଶରେ ଆସିବେ ଜାଣ
ଯୀଶୁ ରାଜନ ଯୀଶୁ ରାଜନ